ବର୍ଷ ବର୍ଷ ଧରି ଭୁବନେଶ୍ବର ଇସ୍କନ ମନ୍ଦିର ସାମନା ଜାତୀୟ ରାଜପଥରେ ବର୍ଷାପାଣି ଲହଡା ଭାଙ୍ଗିବା ସମସ୍ୟାର ସମାଧାନ ପାଇଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପଡିଲା । ଏହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ଓ ଏନଏଚ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଭୂପୃଷ୍ଠ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ।