ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ଭାରତକୁ ଲଜ୍ଜିତ କରିଛି । ଶୁକ୍ରବାର ଏଆଇ-ଇମ୍ପ୍ୟାକ୍ଟ ମଞ୍ଚରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ସେହି ମଞ୍ଚ ଉପରେ କପଡ଼ା ଖୋଲି ବିରୋଧ ପ୍ରଦର୍ଶନ କରିଲେ ଯୁବ କଂଗ୍ରେସ କର୍ମକର୍ତ୍ତା । ଏହି ଏଆଇ ସମ୍ମିଳନୀରେ ୨୦ରୁ ଅଧିକ ଦେଶର ଅଧ୍ୟକ୍ଷ, ୬୦ ବିଦେଶୀ ମନ୍ତ୍ରୀ ଏବଂ ୫୦୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ ବିଶ୍ୱସ୍ତରୀୟ ଏଆଇ-ଇମ୍ପ୍ୟାକ୍ଟ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିରେ ବିଶ୍ୱର ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ରତିଷ୍ଠାତା ମାନେ ଯୋଗ ଦେଇଛନ୍ତି । ଆଜି ସକାଳେ, ୧୦ ଜଣ ଯୁବ କଂଗ୍ରେସ କର୍ମକର୍ତ୍ତା ହଠାତ୍ ସମସ୍ତ ସୁରକ୍ଷାକୁ ଭେଦ କରି ସମ୍ମିଳନୀ ସ୍ଥଳରେ ପହଁଚି ଯାଇଥିଲେ ଏବଂ ମଞ୍ଚ ଉପରେ ନିଜ ଦେହରୁ କପଡ଼ା ଖୋଲି ବ୍ୟାନର୍ ପୋଷ୍ଟର୍ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଦିଲ୍ଲୀ ପୋଲିସ ୫ ଜଣ ପ୍ରଦର୍ଶନକାରୀଙ୍କୁ ନିଜ ହେପାଜତକୁ ନେଇଛି ଓ⁴⁴ ସମସ୍ତଙ୍କୁ ତିଲକମାର୍ଗ ଥାନାରେ ଅଟକ ରଖାଯାଇଛି । ଏମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛନ୍ତି । ଏତେ କଡ଼ା ସରୁକ୍ଷାବଳୟ ଭିତରେ ପ୍ରଦର୍ଶନକାରୀ ଭିତରକୁ ପ୍ରବେଶ କଲେ କିପରି । ପୋଲିସ କହିଛି ସମସ୍ତେ କ୍ୟୁଆର୍ କୋଡ୍ ସ୍କାନ କରି ଭିତରକୁ ଯାଇଛନ୍ତି । ତେବେ ଏଠାରେ ଆଉ ଗୋଟିଏ ପ୍ରଶ୍ନ ସେମାନଙ୍କୁ ପ୍ରବେଶ ଅନୁମତି କିଏ ଦେଇଛି । କଂଗ୍ରେସ ଏଭଳି ହରକତ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କଡ଼ା ନିନ୍ଦା କରିଛନ୍ତି ଓ କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କୁ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଯେ ଏହା ଏକ ଜାତୀୟ ଲଜ୍ଜା । ଯେଉଁଠି ଭାରଚ ପ୍ରତିଷ୍ଠିତ ବୈଶ୍ୱିକ ଏଆଇ ଶିଖର ସମ୍ମିଳନୀର ଆୟୋଜନ କରୁଅଛି ଏବଂ ନିଜର ବୈଷୟିକ ଜ୍ଞାନ ଏବଂ ନେତୃତ୍ୱକୁ ପ୍ରଦର୍ଶନ କରୁଛି, ସେଠାରେ କଂଗ୍ରେସ ଦେଶର ଗୌରବ ଅପେକ୍ଷା ନିଜର ବ୍ୟବଧାନ ବାଛିଲା । କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଅର୍ଦ୍ଧନଗ୍ନ ହୋଇ ପ୍ରଦର୍ଶନ କଲେ ଯାହାକି ବିଶ୍ୱ ଦରବାରରେ ଭାରତକୁ ଲଜ୍ଜିତ କରିଛି । ରାଜନୀତିରେ ବିରୋଧ କରିବାର ଗଣତାନ୍ତ୍ରିକ ଅଧିକାର ଅଛି କିନ୍ତୁ ଭାରତର ବିଶ୍ୱରେ ଥିବା ଛବିକୁ ନଷ୍ଟ କରିବାର ଅଧିକାର ନାହିଁ। ଭାରତ ଏହାଠାରୁ ଅଧିକ ସମ୍ମାନ ପାଇବାର ଅଧିକାର ରଖୁଛି ।

LEAVE A REPLY

Please enter your comment!
Please enter your name here