ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସରେ ହିନ୍ଦୀ ଭାଷା ବ୍ୟବହାରକୁ ବିରୋଧ କରିଛି ବିଜେଡି । ଏ ନେଇ ବିଜେଡିର ସଂସଦୀୟ ଦଳ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ୯ ଜଣିଆ ପ୍ରତିନିଧି ଦଳ ଏମ୍‌ସ କର୍ତ୍ତୁପକ୍ଷକୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଲୋକସଭା ସାଂସଦ ଅନୁଭବ ମହାନ୍ତି, ସସ୍ମିତା ସେଠୀ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମ୍ ଆଦି ଉପସ୍ଥିତ ଥିଲେ । ଭୁବନେଶ୍ୱର ୨ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ । । ଏମ୍‌ସରେ ପ୍ରଥମେ ଓଡିଆ ଏବଂ ପରେ ଇଂରାଜୀ ଓ ହିନ୍ଦି ଭାଷା ବ୍ୟବହାର ନେଇ ସୂଚନା ଦେଇଛନ୍ତି ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳୀ ବଟମାନବାନେ । ଏ ନେଇ ଆଜି ବିଜେଡି ସଂସଦୀୟ ଦଳ ସହ ଆଲୋଚନା କରି ଅବଗତ କରାଇଥିବା କଥା ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here