କୋଭିଡ୧୯ରୁ ମୁକ୍ତି ପାଇଁ ଆପଣାଉଛନ୍ତି କି ଜଡିବୁଟି? ବ୍ୟବହାର କରୁଛନ୍ତି କି ଗିଲୋଇ । ତେବେ ସାବଧାନ୍ । ଲିଭରକୁ ଡ୍ୟାମେଜ୍ କରିଦେଉଛି ଗିଲୋଇ । ଏକ ପରୀକ୍ଷା କରି କହିଛନ୍ତି ମୁମ୍ବାଇର ବିଶେଷଗ୍ୟ । କୋଭିଡ-୧୯ କାଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲୋକେ କିଛି ଜଡିବୁଟି ସହ ଗିଲୋଇକୁ ବ୍ୟବହାର କରୁଛନ୍ତି । ମାତ୍ର ଏହାକୁ ନେଇ ସାବଧାନ କରିଛନ୍ତି ଡାକ୍ତର । ଗତ ବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୬ ରୋଗୀଙ୍କୁ ଚିକିତ୍ସା କରିଥିଲେ ଡାକ୍ତର । ସେମାନଙ୍କର ଜଣ୍ଡିସ ଥିବା ପରିଲକ୍ଷିତ ହେଉଥିଲା । ତେବେ ଜଣାପଡିଥିଲା ସେମାନେ କରୋନାରୁ ରକ୍ଷା ପାଇବା ପାଇଁ ଗିଲୋଇ ବ୍ୟବହାର କରିଥିଲେ । ଲିଭର ସେଷ୍ଟାଲିଷ୍ଟ ଡାକ୍ତର ଆଭା ନାଗରଲ କହିଛନ୍ତି ଯେ, ଜଣେ ୬୨ ବର୍ଷର ବୃଦ୍ଧା ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଇଥିଲା । ତାଙ୍କ ତଳିପେଟରେ ପାଣି ଜମିଥିଲା । ସେ ନିୟମିତ ଗିଲୋଇ ବ୍ୟବହାର କରି ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ପରେ ସେ ମୃତ୍ୟୁବରଣ କରିଥିଲେ । ସମାନ ତଥ୍ୟ ସେଦଇଛନ୍ତି ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ଏଏସ ସୋଇନ, ସେ କହିଛନ୍ତି କି ତାଙ୍କ ନିକଟକୁ ଆସିଥିବା ୫ ରୋଗୀଙ୍କ ମଧ୍ୟରେ ସମାନ ଘଟଣା ଘଟିଛି । ତନ୍ମଧରୁ ଜଣଙ୍କର ଦେହାନ୍ତ ହୋଇଛି । ଡାକ୍ତର ଏଏସ କହିଛନ୍ତି ଯେ, କରୋନାରୁ ମୁକ୍ତି ପାଇଁ ଲୋକମାନେ ଅନେକ ଜଡିବୁଟି ବ୍ୟବହାର କରଛୁନ୍ତି ଫଳରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here