ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ତାମିଲନାଡୁରେ କଂଗ୍ରେସ ସହ ହାତ ମିଳାଇବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ରଖିଛନ୍ତି କମଲ । ସେ କହିଛନ୍ତି ଯେ ଏମଏନଏମ ଦୁର୍ନୀତି ବିରୋଧରେ ଲଢିବା ପାଇଁ ସୃଷ୍ଟି ହୋଇଛି । କୌଣସୀ ଦୁର୍ନୀତିଗ୍ରସ୍ତ ଦଳ ସହ ମେଂଟ ହେବ ନାହିଁ । ଡିଏମକେ ଏବଂ ଏଆଇଡିଏମକେ ଉଭୟ ଦଳ ଦୁର୍ନୀତିରେ ଲିପ୍ତ । ସେ ତାମିଲନାଡୁରେ ଏହି ଦୁଇ ଦଳକୁ ହଟାଇବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । କଂଗ୍ରେସ ଡିଏମକେ ସହ ମେଂଟ ଭାଙ୍ଗିଲେ ତାଙ୍କ ଦଳ ମକଲ ନିଧି ୨୦୧୯ ଲୋକସଭା ନିର୍ବାଚନରେ ରାହୁଲଙ୍କୁ ସମର୍ଥନ କରିବ ବୋଲି କମଲ କହିଛନ୍ତି । କଂଗ୍ରେସ ସହ ମେଣ୍ଟ କରି ଯଦି ତାମିଲନାଡୁର ବିକାଶ ହୋଇପାରିବ, ତେବେ ମେଣ୍ଟ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି । ଗତ ଫେବ୍ରୁଆରୀରେ କମଲ ମକଲ ନିଧି ମୟମ(ଏମଏନଏମ) ନାଁରେ ଏକ ରାଜନୈତିକ ଦଳ ଗଢିଥିଲେ। ଏହାପରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଆସିଛନ୍ତି ।

LEAVE A REPLY

Please enter your comment!
Please enter your name here