ମହାରାଷ୍ଟ୍ରର ନାନ୍ଦେଜ ସ୍ଥିତ ଶଙ୍କରରାଓ ଚାଭେନ ସରକାରୀ ହସପିଟାଲରେ 48 ଘଣ୍ଡା ଭିତରେ 31 ଜଣ ରୋଗୀ ମୃତ୍ୟୁବରଣ କରିବା ଘଟଣା ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟି କଲା । ବିରୋଧୀ ଏହି ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ଉପରେ ବର୍ଷିଥିଲେ । ପ୍ରଥମ ଚବିଶ ଘଣ୍ଟାରେ 24 ଜଣ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ପରଦିନ ଆଉ ସାତଜଣ ପ୍ରାଣ ହରାଇଥିଲେ । 71 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ପରେ ଶିବସେନା ସାଂସଦ ହେମନ୍ତ ପାଟିଲ ମଙ୍ଗଳବାର ଦିନ ହସପିଟାଲ ପରିଦର୍ଶନରେ ଯାଇଥିଲେ । ହସପିଟାଲରେ ଡାକ୍ତର, କର୍ମଚାରୀ ଏବଂ ଔଷଧର ଅଭାବ ନ ଥିବା ବେଳେ ଦୁଇଦିନ ଭିତରେ 31 ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ସାଂସଦ ପାଟିଲ ହସପିଟାଲ ପରିଦର୍ଶନରେ ଯାଇ ଦେଖିଲେ, ଅତ୍ୟନ୍ତ ଅପରିଷ୍କାର ଅବସ୍ଥାରେ ରହିଛି ହସପିଟାଲର ପାଇଖାନା । ପାଇଖାନା ସଫା ପାଇଁ ସେ ହସପିଟାଲର ଡିନଙ୍କୁ ନିର୍ଦ୍ଦେଶ ଦେଲେ । ନିଜେ ପାଇପ ଧରି ପାଣି ସ୍ପ୍ରେ କଲେ । ଆଉ ହସପିଟାଲର ଡିନ୍ ଶ୍ୟାମରାଓ ଓ୍ବାକୋଡୋ କମୋଡ ସଫା କରିଥିଲେ ।

LEAVE A REPLY

Please enter your comment!
Please enter your name here