ଚଳିତବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ବହୁ ସଂଖ୍ୟାରେ ସାଧୁସନ୍ଥ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଏମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିବା ଦେଖାଯାଇଛି । ମଧ୍ୟପ୍ରଦେଶରେ ଭାଜପା ଶାସକ ଶିବରାଜ ସିଂ ଚୌହାନଙ୍କ ମୁଖ୍ୟମନ୍ତ୍ରୀତ୍ତ୍ୱରେ ଚଳିତ ବର୍ଷ ଏପ୍ରିଲରେ ଏମିତି ୫ଜଣ ବାବାଙ୍କୁ ରାଜ୍ୟମନ୍ତ୍ରୀ ଆଶନ ମିଳିଥିଲା । ଏହାପରେ ରାଜ୍ୟରେ ସାଧସନ୍ଥମାନେ ବହୁମାତ୍ରାରେ ରାଜନୀତିରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । କମ୍ପ୍ୟୁଟର ବାବା ଭାବେ ପରିଚିତ ସ୍ୱାମୀ ନାମଦେବ ତ୍ୟାଗୀ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି । ତାହା ପୁଣି ଭାଜପା ଟିକଟରେ । ହେଲେ ଏଥିପାଇଁ ସେ ଦଳ ଉପରେ ଚାପ ପକାଇବେ ନାହିଁ ବୋଲି କହିଛନ୍ତି ।