ଅଭାବ ଅନଟନ ଭିତରେ ଚଳୁଥିଲେ ବୃଦ୍ଧ ଦମ୍ପତ୍ତି । ଘରୋଇ ଫାଇନାନ୍ସ କଂପାନୀର ଏଜେଣ୍ଟ ତାଙ୍କୁ ଲୋଭ ଦେଖାଇ ଋଣ ଦେଲେ । ଆଉ ଋଣ ଶୁଝି ନ ପାରିବାରୁ ଘରକୁ ଆସି ଗାଳି କଲେ । ଅପମାନ ଦେଲେ । କଂପାନୀ କର୍ମଚାରୀଙ୍କ ଗାଳି, ଅପମାନ ସହି ନ ପାରି ଆତ୍ମହତ୍ୟା କରିଦେଲେ ବୃଦ୍ଧ ଦମ୍ପତ୍ତି । ପୁରୀ ଜିଲ୍ଲା କଣାସ ଥାନା ଅଁଳା ଯୋଡି ଗାଁରେ ଘଟିଛି ଏହି ଘଟଣା । ମୃତ ଦମ୍ପତ୍ତି ବାନାମ୍ବର ବେହେରା ଓ ବନିତା ବେହେରାଙ୍କ ଭୁବନେଶ୍ବରରେ କାମ ଧନ୍ଦା କରି ଚଳୁଥିବା ବେଳେ ବାପା ମାଙ୍କ ମୃତ୍ୟୁ ଖବର ଶୁଣି ହସପିଟାଲ ଆସିଥିଲେ । ଘରୋଇ ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଅତ୍ୟାଚାର ସହି ନ ପାରି ବାପା ମା ଆତ୍ମହତ୍ୟା କରିଛନ୍ତି ବୋଲି ସେମାନେ କହିଛନ୍ତି । ଗତକାଲି ସଂଧ୍ୟାରେ ଫାଇନାନ୍ସ କର୍ମଚାରୀମାନେ ତାଙ୍କ ଘରକୁ ଆସି ଋଣ ଟଙ୍କା ମାଗିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଟଙ୍କା ଆଦାୟ କରିବା ପାଇଁ ତାଙ୍କ ଘରେ ବସି ରହିଥିଲେ । ବୃଦ୍ଧ ବାପା ମାଆଙ୍କୁ ଗାଳି କରିବା ସହ ଆପମାନଜନକ କଥା କହିଥିଲେ । ସେମାନେ ରାତିରେ ଫେରିଯିବା ପରେ ବୃଦ୍ଧ ବାନାମ୍ବର ଓ ବନିତା ରସି ଲଗାଇ ଝୁଲି ପଡିଥିଲେ । ଘରୋଇ ଫାଇନାନ୍ସ କଂପାନୀ ଏଜେଣ୍ଟମାନେ ଲୋଭ ଦେଖାଇ ଋଣ ଦେଉଛନ୍ତି ଏବଂ ଋଣ ଉପରେ 26 ପ୍ରତିଶତ ସୁଧ ଆଦାୟ କରି ଗରିବ ଗୁରୁବା ଲୋକଙ୍କୁ ତଳିତଳାନ୍ତ କରିଦେଉଛନ୍ତି । ଏଭଳି କଂପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here