ତିରୁବନନ୍ତପୁରମ: କରୋନା ଭୂତାଣୁକୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି I ଏହି ଭୂତାଣୁରେ ଏବେ ସାରା ବିଶ୍ୱ କବଳିତ,ଯାହା ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଦେଇଛି I ଏହି ଭୟଙ୍କର ଭୂତାଣୁ ଏବେ 93ରୁ ଅଧିକ ରାଷ୍ଟ୍ରକୁ ବ୍ୟାପି ସାରିଲାଣି I ସାରାବିଶ୍ୱରେ ଏବେ ସୁଦ୍ଧା କରୋନା ଭୂତାଣୁରେ ୪୦୧୧ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨କୁ ଛୁଇଁଲାଣି । ପୂର୍ବରୁ ୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁଣି ୧୮ଜଣ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ କେରଳର ୮ଜଣ, ମହାରାଷ୍ଟ୍ରର ୫ଜଣ, କର୍ଣ୍ଣାଟକର ୪ଜଣ ଏବଂ ଜମ୍ମୁଓକାଶ୍ମୀରର ଜଣକ ରିପୋର୍ଟ ପଜିଟିଭ ଆସିଛି । କେରଳରେ ବୁଧବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମାର୍ଚ୍ଚ ମାସ ଶେଷ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ ଗୁଡିକ ବନ୍ଦ ରଖିିବାକୁ ନିଷ୍ପତି ନେଇଛନ୍ତି । ଏହା ସହ ବିବାହ ଉତ୍ସବ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନକୁ ମଧ୍ୟ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here