ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ମନୋନୀତ 4ଜଣ ପ୍ରାର୍ଥୀ ଆଜି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ବୁଧବାର ଅପରାହ୍ନରେ ସଚ୍ଚିବାଳୟ ସ୍ଥିତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ I ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଆସନ୍ତା 26ରେ ଖାଲିପଡିଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ରହିଛି I ଅନ୍ୟ ପକ୍ଷରେ ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି I ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଯଦିଓ ନାମାଙ୍କନ ପତ୍ର ଦାଖଲ ପାଇଁ ଆମ ପାଖରେ ସଂଖ୍ୟା ରହିଛି, କିନ୍ତୁ ନିର୍ବାଚନ ଜିତିବା ପାଇଁ ଆମ ପାଖରେ ସଂଖ୍ୟା ନାହିଁ I

LEAVE A REPLY

Please enter your comment!
Please enter your name here