ଗର୍ଭାଶୟ ପ୍ରତିରୋପଣ ହେବାପରେ ଗୁଜରାଟର ଜଣେ ମହିଳା ଖୁବଶୀଘ୍ର ସନ୍ତାନ ପ୍ରସବ କରିବେ ବୋଲି ଜଣାପଡିଛି। ପ୍ରଥମ ଭାରତୀୟ ମହିଳାଭାବେ ଗର୍ଭାଶୟ ପ୍ରତିରୋପଣ ପରେ ସେ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ପୁନେର ଗାଲାକ୍ସି କେୟାର ହସ୍ପିଟାଲରେ ୨୭ ବର୍ଷିୟା ମହିଳାଙ୍କର ଗର୍ଭାଶୟ ପ୍ରତିରୋପଣ କରାଯାଇଥିଲା ଆଉ ଏବେ ସେ ୨୦ ସପ୍ତାହର ଗର୍ଭବତୀ ଅଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କର ଜନ୍ମରୁ ଗର୍ଭାଶୟ ନଥିଲା । ପରେ ତାଙ୍କ ମାଙ୍କର ଗର୍ଭାଶୟକୁ ଆଣି ପ୍ରତିରୋପଣ  କରାଯିବା ପରେ ସେ ଏବେ ଗର୍ଭବତୀ ହୋଇଛନ୍ତି । ଅନ୍ୟପଟେ ଯେଉଁ ଗର୍ଭାଶୟରୁ ସେ ଜନ୍ମ ନେଇଥିଲେ ସେହି ଗର୍ଭାଶୟରୁ ତାଙ୍କ ସନ୍ତାନ ଜନ୍ମ ନେଉଥିବାରୁ ଆଉ ମା ହେବାର ଅନୁଭୁତି ପାଇଥିବାରୁ ସେ ଖୁବ୍ ଖୁସି ଅଛନ୍ତି ।

LEAVE A REPLY

Please enter your comment!
Please enter your name here