ସଦ୍ୟ ପ୍ରକାଶିତ ଫୋବର୍ସ ତାଲିକାରେ ବିଶ୍ୱର ସବୁଠୁ ଅଧିକ ଆୟ କରୁଥିବା କ୍ରିଡାବିତ୍ ମାନଙ୍କ ମଧ୍ୟରେ ଏକ ମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ଭାରତର କ୍ୟାପଟେନ୍ ବିରାଟ କୋହଲି । ସବୁଠୁ ବଡ କଥା ହେଉଛି, ଏହି ଫୋବର୍ସ ତାଲିକାରେ ବିରାଟ ବିଶ୍ୱର ଏକମାତ୍ର କ୍ରିକେଟର ଭାବରେ ସ୍ଥାନ ପାଇଛନ୍ତି । ବିରାଟଙ୍କର ବାର୍ଷିକ ଆୟ ଦୁଇ କୋଟି ପଚାଶ ଲକ୍ଷ ଡଲାର । ଭାରତୀୟ ମୁଦ୍ରାରେ ଏହା ୧,୭୩୫,୧୮୮,୮୯୩ ଟଙ୍କା । ଏହି ଫୋବର୍ସ ତାଲିକାରେ ବିରାଟ ୧୦୦ ତମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ଶିର୍ଷରେ ଅଛନ୍ତି ବାର୍ସେଲୋନା ଓ ଆର୍ଜେଣ୍ଟିନା ଫୁଟବଲ ଷ୍ଟାର ଲିଓନେଲ ମେସି । ମେସିଙ୍କର ବାର୍ଷିକ ଆୟ ୧୨.୭ କୋଟି ଡଲାର । ମେସିଙ୍କ ପରେ ପର୍ତୁଗାଲ ଫୁଟବଲ୍ ଖେଳାଳି କିଷ୍ଟିଆନା ରୋନାଲ୍ଡୋ ସ୍ଥାନ ପାଇଛନ୍ତି । ତାଙ୍କର ବାର୍ଷିକ ଆୟ ୧୦.୯ କୋଟି ଡଲାର ।

LEAVE A REPLY

Please enter your comment!
Please enter your name here