ଗୁଗୁଲରେ ଏବେ ହୋଇପାରିବ ଓଡିଆ ଅନୁବାଦ । ଗୁଗୁଲରେ ଅନୁବାଦ କରାଯାଉଥିବା ଭାଷାରେ ଏବେ ଓଡିଆ ଭାଷା ସ୍ଥାନ ପାଇଛି । ଦୀର୍ଘ ୪ ବର୍ଷ ପରେ ମାଉଂଟେନ କଂପାନୀ ୪ଟି ଭାଷାକୁ ଗୁଗୁଲରେ ଯୋଡିଛିି । ଓଡିଆ ଭାଷା ସହ ଏହି ତାଲିକାରେ କିନ୍ୟାରୱାନଡା, ତତର, ତୁର୍କମେନ, ୟୁଘୁର ଭାଷା ସ୍ଥାନ ପାଇଛି । ଗୁଗୁଲ ବତ୍ତମାନ ୧୦୮ ଭାଷାରେ ଅନୁବାଦ କରିପାରୁଛି । ଯେଉଁଥିରେ ଭାରତୀୟ ଭାଷା ହିନ୍ଦି, ବେଙ୍ଗଲୀ, ମରାଠୀ, ତାମିଲ, ତେଲୁଗୁ, ଗୁଜରାଟୀ, ପଞ୍ଜାବୀ, ମାଲାୟଲମ ଏବଂ କାନାଡା ରହିଛି । କିନ୍ତୁ ଉଭୟ ଲେଖା ଓ ୱେବସାଇଟରେ ବତ୍ତମାନ ଓଡିଆରେ ଅନୁବାଦ ହୋଇପାରିବ । ପ୍ରଥମେ ଗୁଗୁଲ ଅନୁବାଦ ବ୍ୟବହାରକାରୀଙ୍କ ମଧ୍ୟରୁ କେବଳ ୧ ପ୍ରତିଶତ ବ୍ୟବହାରକାରୀ ଏହି ଲାଭ ଉଠାଇ ପାରିବେ । ଧିରେ ଧିରେ ଏହା ସଂପୂଣ୍ଣ ଆଣ୍ଡ୍ରଏଡ ଏବଂ ଆଓଏସ ବ୍ୟବହାରକାରୀଙ୍କ ପାଇଁ ଉଦ୍ଧିଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here