ଗୋବରରୁ ଗୋବର ଗ୍ୟାସ ପ୍ରସ୍ତୁତ କରାଯିବା ସହିତ ଏହାକୁ ଜମିରେ ସାର ଭାବେ ବ୍ୟବହାର କରାଯାଇଥାଏ । କିନ୍ତୁ ଆଗାମୀ ଦିନରେ ପେଟ୍ରୋଲ ଡିଜେଲର ଅଭାବ ଦେଖାଯିବ । ଏହାକୁ ଦୃଷ୍ଟିରେ ରଖି ଜାପାନର ଏକ କମ୍ପାନୀ ଗୋବର ପାଣିରେ ଚାଲୁଥିବା କାର୍ ନିର୍ମାଣ କରିବାକୁ ଯାଉଛି। ଏହା ଗୋବର ପାଣିରୁ ପ୍ରସ୍ତୁତ ହାଇଡ୍ରୋଜେନ ଇନ୍ଧନରେ ଚାଲିବ। ଜାପାନରେ ଏହି କାରର ମୂଲ୍ୟ ଭାରତୀୟ ଟଙ୍କାରେ ୩୫ ଲକ୍ଷ ହେବ ବୋଲି କୁହାଯାଉଛି। ଦୀର୍ଘ ୨୦ ବର୍ଷ ଧରି ଗବେଷଣା କରିବା ପରେ ଗବେଷକ ଏହି କାର୍ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି । କାର୍ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଗତି କରିବ ବୋଲି କୁହାଯାଉଛି ।