ମହଙ୍ଗା ପଡିଲା ମାଟ୍ରିମୋନିଆଲ ସାଇଟ ଜରିଆରେ ପ୍ରେମ । ପ୍ରଥମେ ପସନ୍ଦ କରି ଯୁବତୀଙ୍କୁ ଫୋନ କଲେ , ପରେ ଚାଟିଂ କରୁ କରୁ ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଲେ କଟକ ନିଶ୍ଚିତକୋଇଲି ବ୍ଲକ ଗୋପୀନାଥପୁର ଗାଁର ଜଣେ ବ୍ୟକ୍ତି । ଓଡିଆ ମାଟ୍ରିମୋନିରୁ ଜଣେ ଯୁବତୀଙ୍କୁ ପସନ୍ଦ କରିଥିଲେ ସର୍ବ ପ୍ରସନ୍ନ ପଣ୍ଡା । ପରେ ଫୋନ୍ କରିବା ସହ ହ୍ୱାଟସଆପରେ ଚାଟିଂ କରିଥିଲେ । ସମ୍ପର୍କ ବଢିବାରେ ଲାଗିଲା । ଯୁବତୀ ଜଣଙ୍କ ବିବାହ କରିବାକୁ ରାଜି ହୋଇଥିଲେ । ଏବଂ ମିଠା ମିଠା କଥା କହି ସର୍ବପ୍ରସନ୍ନଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଛତିଶଗଡର ପ୍ରତି ରାଜପୂତ ନାମକ ଏହି ଯୁବତୀ ଇଂଲଣ୍ଡରେ ରହି ଡାକ୍ତରୀ ଚାକରୀ କରିଛନ୍ତି ବୋଲି କହୁଥିଲେ । ଏବଂ ବିବାହ ପରେ ଓଡିଶାରେ ଏକ ମେଡିକାଲ ଖୋଲି ସେଥିରେ ଆମେ ଦୁହେଁ ରହିବା ବୋଲି ସମ୍ପୃକ୍ତ ଯୁବକଙ୍କୁ କହିଥିଲେ ଯୁବତୀ ଜଣଙ୍କ । କିଛିଦିନପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କିଛି ଦାମୀ ଉପହାର ବିମାନ ଯୋଗେ ପଠାଉଥିବା କହିଥିଲେ ଯୁବତୀ ଜଣକ । ବିମାନ ବନ୍ଦରରୁ ଏହା ଘରକୁ ଆସିବାକୁ ହେଲେ କିଛି ଜରୁରୀ କାଗଜପତ୍ର କାମ କରିବାକୁ ପଡିବ । ଆଉ ଏଥିପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଯୁବତୀ ଜଣଙ୍କ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ବ୍ୟକ୍ତି । ଯୁବତୀଙ୍କ ମିଠା ମିଠା କଥାରେ ଫଶି ପାଖାପାଖି ୪ ଲକ୍ଷ ଟଙ୍କା ଅନଲାଇନ୍ ଟ୍ରାଞ୍ଜାକ୍ସନ କରିଥିଲେ ବ୍ୟକ୍ତି ଜଣକ । ହେଲେ ସେ ଠକେଇର ଶିକାର ହୋଇଥିବା ଜାଣି ସାଇବର ସେଲରେ ଏବେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here