ଜଗତସିଂହପୁର : ସଲମପୁର ଗାଁର ଗୋପାଳ ସଂପ୍ରଦାୟର ନିଆରା ପରମ୍ପରା I ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଜଗତସିଂହପୁରଠାରେ ପାଳନ ହୋଇଛି ଗୋଠ ମହୋତ୍ସବ I ତିର୍ତ୍ତୋଲ ବ୍ଲକର ସଲମପୁର ଗାଁରେ ଗୋପାଳ ସଂପ୍ରଦାୟର ଲୋକମାନଙ୍କ ଦ୍ୱାରା ମହା ଆଡମ୍ବରରେ ପାଳିତ ହୋଇଯାଇଛି ଏହି ମହୋତ୍ସବ I ଲୋକମାନେ କାଳସୀକୁ ନେଇ ପହଞ୍ଚିବାପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା I ଏହି ପୂଜାରେ ଗରମ କ୍ଷୀରି ହାଣ୍ଡିରେ ହାତ ପୁରାଇ ନିଜ ଦେହରେ ପ୍ରଲେପ କରିବା ସହିତ ଗୋଠରେ ଥିବା ମଇଁଷି ମାନଙ୍କ ଉପରକୁ ମଧ୍ୟ ଫିଙ୍ଗାଯାଇଥାଏ I ଗୋଠ ମହୋତ୍ସବର ମଜା ନେବାକୁ ବହୁମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା I