ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ I ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ I ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଯୁବକମାନେ ଆକ୍ରମଣ କରୁଥିବା ବେଳେ ଦେଖଣାହାରୀ ସାଜିଛନ୍ତି ଲୋକେ I ଏକାଧିକ ଯୁବକ ସଂଘବଦ୍ଧ ଭାବେ ଜଣେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟୁଛନ୍ତି I ଏହି ସମସ୍ତ ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି I ଜମିବାଡି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡିଛି I ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ଘର ଉପରକୁ ଯୁବକମାନେ ଟେକା ପଥର ପକାଇବା ସହ ଅଶାଳିନ ଆଚରଣ ଦେଖାଇ ଆସୁଛନ୍ତି I ସେ ସଂପୃକ୍ତ ଯୁବକମାନଙ୍କୁ ପଚାରିବାକୁ ଯାଇଥିବା ବେଳେ ଏମିତି ଆକ୍ରମଣର ଶୀକାର ହୋଇଛନ୍ତି I ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଠେଲାପେଲା କରିବା ସହ ବିଧା, ଗୋଇଠା ମାରିଥିଲେ I ଏପରିକି ପୋଲିସ ମଧ୍ୟ ତାଙ୍କୁ ସାହାଯ୍ୟ କଲା ନାହିଁ ବୋଲି ସେ ଆରୋପ ଲଗାଇଛନ୍ତି I ଅଭିଯୁକ୍ତଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଛି I ତେବେ ଜନଗହଳିପୂର୍ଣ୍ଣ ଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ମହିଳାଙ୍କ ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି I

LEAVE A REPLY

Please enter your comment!
Please enter your name here