ଓଡିଆ ଚଳଚ୍ଚିତ୍ରର ସୁପରହିଟ୍ ଯୋଡି କୁହାଯାଉଥିବା ବର୍ଷା ଅନୁଭବ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଏସଡିଜେଏମ କଟକ ସଦର ଅଦାଲତରେ ଏନେଇ ଅଭିଯୋଗ କରିଛନ୍ତି ବର୍ଷା ।
ସୁଚନାଅନୁସାରେ, ଭରଣ ପୋଷଣକୁ ନେଇ ବର୍ଷା ସିଆରଏଲଏମସି ନମ୍ବର୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱେମେନ୍ ଫ୍ରମ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମାମଲା ଦାୟର କରିଛନ୍ତି । ବର୍ଷା କହିଛନ୍ତି ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ବେଡରୁମରେ ମଦ୍ୟପାନ କରନ୍ତି ଏବଂ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଅନ୍ତି । ଏହାର ବିରୋଧ କରିବାରୁ ଅନୁଭବ ବର୍ଷାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରିଦିଅନ୍ତି ବୋଲି ଅଭିଯୋଗ ହୋଇଛି । ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘରଭଡା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା , କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।
ତେବେ ଏ ସମ୍ପର୍କରେ ଅନୁଭବଙ୍କର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here