ଜନଗଣନା କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକଙ୍କର ଆକସ୍ମିକ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡଗାଁ ଅଞ୍ଚଳର ରାଜ କପୁର ହେମ୍ବ୍ରମ । ରାଜ କପୁର ହେମ୍ବ୍ରମ ବେତନଟି ଥାନା ପୁରିନ୍ଦା ସ୍ଥିତ କଖାରୁଆ ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ସେ ଜନଗଣନା ପାଇଁ ନିକଟସ୍ଥ ଖମାରୀ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବା ପରେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ । ଦେହରୁ ଝାଳ ବାହାରିବା ସହିତ ପାଟିରୁ ଫେଣ ବାହାରିଥିଲା । ପରିବାର ଲୋକେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହା ହୃଦଘାତ ଏବଂ ଅଂଶୁଘାତ ଜନିତ ମୃତ୍ୟୁ ତାହା ସ୍ପଷ୍ଟ ହୋଇ ନାହିଁ ।

LEAVE A REPLY

Please enter your comment!
Please enter your name here