ଜଗତସିଂପୁର :ଜଗତସିଂପୁରର ପୌରପରିଷଦ କାର୍ଯ୍ୟାଳୟରେ କେହି ଜଣେ ଦୁର୍ବୃୃତ୍ତ ଟେଣ୍ଡର ବାକ୍ସ ଭାଙ୍ଗିଦେଇଛିି । ଦୁର୍ବୃୃତ୍ତ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତରେ ଏଭଳି କାଣ୍ଡ ଘଟାଇଛି । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସେହି ଦୁର୍ବୃୃତ୍ତ ଟେଣ୍ଡର ବାକ୍ସର ସିଲକୁ ଭାଙ୍ଗି ପେପର ଗଳାଉଥିବାର ଦୃଶ୍ୟ ସିସିଟିଭିରେ ଦେଖାଦେଇଛି । ସୂଚନାମୁତାବକ ପୌରାଞ୍ଚଳରେ ଏକ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଖୋଲା ଯିବାର ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ଟେଣ୍ଡର ବାକ୍ସକୁ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ରଖାଯାଇଥିଲା । କିନ୍ତୁ ଟେଣ୍ଡର ଖୋଲିବା ପାଇଁ କର୍ମଚାରୀ ଏବଂ ଠିକାଦାର ପହଞ୍ଚିଲା ବେଳକୁ ଟେଣ୍ଡର ବାକ୍ସର ସିଲ ଖୋଲାଥିବା ଦେଖିିବାକୁ ପାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୌରପରିଷଦ କାର୍ଯ୍ୟାଳୟ ପକ୍ଷରୁ ଜଗତସିଂପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । (ରିପୋର୍ଟ- ତାରାପଦ ମହାନ୍ତି, ଜଗତସିଂହପୁର)

LEAVE A REPLY

Please enter your comment!
Please enter your name here