ନୁଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଭାରତ ଗସ୍ତର ଦ୍ୱିତୀୟ ଦିନରେ ନୂଆଦିଲ୍ଲୀର ରାଜଘାଟ ଯାଇଛନ୍ତି । ସେଠାରେ ଟ୍ରମ୍ପ ଦମ୍ପତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାପରେ ରାଜଘାଟର ପରିଦର୍ଶକ ପୁସ୍ତିକାରେ ନିଜର ବାର୍ତ୍ତା ଉଲ୍ଲେଖ କରିଥିଲେ । ଏହି ଅବସରରେ ଟ୍ରମ୍ପଙ୍କୁ ଗାନ୍ଧୀଜୀଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଉପହାର ସୂରୁପ ଦିଆଯାଇଥିଲା । ରାଷ୍ଟ୍ରପତି ଭବନ ଯିବାପେରେ ସେଠାରୁ ସିଧାସଳଖ ରାଜଘାଟକୁ ଆସିଥିଲେ । ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ତିନି ସେନାପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ରାଜକୀୟ ସମ୍ବର୍ଦ୍ଧନା କରାଯାଇଥିଲା । ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଗାର୍ଡ ଅଫ୍ ଅନର ଗ୍ରହଣ କରିବେରେ ଟ୍ରମ୍ପ ହେଉଛନ୍ତି ସପ୍ତମ ଆମେରିକୀୟ ରାଷ୍ଟ୍ରପତି । ରାଜଘାଟରୁ ଟ୍ରମ୍ପ ହାଇଦ୍ରାବାଦ ହାଉସକୁ ଯାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଅଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ଓ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here