ରାମ ନବମୀରେ ଅଘଟଣ । ଧସିଲା ମନ୍ଦିର ଭିତରର ଭୂତଳ କୁଅ । ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବେଲେଶ୍ୱର ମନ୍ଦିରରେ ଏହି ଅଘଟଣ ଘଟିଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗିଯିବାରୁ ୨୫ରୁ ଅଧିକ ଭକ୍ତ କୁଅ ଭିତରକୁ ଗଳିପଡିଛନ୍ତି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ତରଫରୁ ଖବର ଲେଖାହେବା ପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ ମନ୍ଦିର ଭିତରେ ପୂଜାପାଠ ଚାଲୁଥିବା ବେଳେ ହଠାତ ମନ୍ଦିରର ପାଚେରୀ ଭାଙ୍ଗିଯାଇଥିଲା । ଏପଟେ କିଛି ଭକ୍ତ କୁଅ ଉପରେ ଚଢି ଶ୍ରୀରାମଙ୍କ ଦର୍ଶନ କରୁଥିଲେ । ହେଲେ ମନ୍ଦିର ପାଚେରୀ ଭାଙ୍ଗିବା ପରେ ଭକ୍ତଙ୍କ ଭିତରେ ଧାଁ ଦଉଡ ଆରମ୍ଭ ହୋଇଯାଇଥିଲା । ଏସବୁ ଭିତରେ କୁଅ ଉପରେ ଚଢି ଦର୍ଶନ କରୁଥିବା ଭକ୍ତମାନେ କୁଅ ଭିତରକୁ ଗଳିପଡିଥିଲେ ।ପ୍ରାୟ ୨୫ ଜଣ ଫସି ରହିଥିବା ସୂଚନା ମିଳିଛି । ମନ୍ଦିର ପରିସରରେ ଥିବା ୫୦ ଫୁଟର ଏକ କୂଅରେ ଫସିଛନ୍ତି ଲୋକେ ।

LEAVE A REPLY

Please enter your comment!
Please enter your name here