କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ ଓଡ଼ିଶାରୁ ମାଓବାଦୀ ଦମନ ଶେଷ କରାଯିବ। ରାଜ୍ୟରୁ ମାଓବାଦକୁ ସମୂଳେ ଶେଷ କରିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି DGP ଯୋଗେଶ ବାହାଦୂର ଖୁରାନିଆ। ରାଜ୍ୟରେ ମାଓ ଦମନ ଅପରେସନ ଜୋରାଦାର କରାଯିବ ।ଡିଜିପିଙ୍କ ସହିତ ଆଇଜି ଅପରେସନ୍ ସଞ୍ଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ, ଉତ୍ତରାଞ୍ଚଳ ଆଇଜି ନୀତି ଶେଖର, ଏସପି ପ୍ରମୁଖ ସମୀକ୍ଷା ବୈଠକରେ ସାମିଲ ଥିଲେ । ଗତକାଲି ଡିଜିପି ବୌଦ୍ଧ ଜିଲ୍ଲା ଗସ୍ତ କରି ମାଓ ବିରୋଧୀ ଅପରେସନର ସମୀକ୍ଷା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶାର ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ ଆଦି ଜିଲ୍ଲା ଗୁଡ଼ିକ ମାଓ ପ୍ରବଣ ଅଞ୍ଚଳ । ଅପରେସନ୍ କନ୍ଧମାଳରୁ ଆରମ୍ଭ ହେବ । ଡିଜିପି ଖୁରାନିଆ ଦୁଇ ଦିନିଆ ମାଓ ପ୍ରବଣ ଜିଲ୍ଲା ଗସ୍ତ କରିଛନ୍ତି । ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି । କନ୍ଧମାଳରୁ ମାଓ ବିରୋଧୀ ଅପରେସନର ସମୀକ୍ଷା କରିଛନ୍ତି । ଡିଜିପି କହିଛନ୍ତି ଯେ ଦେଶକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ରହିଛି । ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ମଧ୍ୟ ଦମନ ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟରେ ବର୍ତ୍ତମାନ ୮୦ ରୁ ୮୫ ମାଓବାଦୀ ସକ୍ରିୟ ଥିବାବେଳେ, ସେମାନଙ୍କ ମଧ୍ୟରୁ କେବଳ ୫ ଜଣ ଓଡ଼ିଆ ଅଟନ୍ତି ଓ ଅନ୍ୟମାନେ ଅଣଓଡ଼ିଆ। ରାଜ୍ୟ ସରକାର ସେମାନଙ୍କୁ ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ଯୋଡ଼ି ହେବାକୁ ଆହ୍ବାନ ଦେଇଛନ୍ତି। ଆତ୍ମସମର୍ପଣ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି, ଯାହା ଅନୁସାରେ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିବେ ।














