ବିଧାୟକ ହେବା ପୂର୍ବରୁ ପ୍ରେମ ସଂପର୍କ ରଖିଥିଲେ । ବିଧାୟକ ହେବା ପରେ ପ୍ରେମିକାଙ୍କୁ ଧୋକା ଦେଲେ । ନ’ ମାସ ତଳେ ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହୋଇଥିଲେ ପ୍ରେମିକା । ମାତ୍ର ଶାସକ ଦଳର ବିଧାୟକଙ୍କ ବିରୋଧରେ ଏତଲା ଦେବାକୁ ପଛଘୁଞ୍ଚା ଦେଲା ପୋଲିସ । ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଥିଲା ପୋଲିସ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ପ୍ରେମିକା ସୋମାଲିକା ଦାସ ତାଙ୍କ ଓକିଲଙ୍କ ସହ ମିଶି ଜଗତସିଂହପୁର ସଦର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here