ଆଇ.ଆଇ.ଟି କାନପୁର ଛାତ୍ରଙ୍କ ସଫଳତା. ଦିବ୍ୟାଙ୍ଗଙ୍କ ପାଇଁ ସେମାନେ ପ୍ରସ୍ତୁତ କରିଛନ୍ତି ରୋବୋଟିକ ହାତ. ଯାହା ଦିବ୍ୟାଙ୍ଗଙ୍କ ଦୈନନ୍ଦିନ ଆବଶ୍ୟକ ପୂରଣ କରିବାରେ ସାହାଯ୍ୟ କରିବ. ଇଂଜିନିୟରିଂ ବିଭାଗର ମାଷ୍ଟର ଅଫ୍ ସାଇନ୍ସ୍ (ଏମସ୍) ବାଇ ରିସର୍ଚ୍ଚ ଛାତ୍ର ନିଶାନ୍ତ ଅଗରଓାଲ୍ ତିଆରି କରିଛନ୍ତି ଏହି ସ୍ୱତନ୍ତ୍ର ପ୍ରକାରର ରୋବୋଟିକ୍ ହାତ । ଏହା ମସ୍ତିଷ୍କର ନିର୍ଦ୍ଦେଶ ଅନୁଯାୟୀ କାମକରିବ । ଏହାର ବିଶେଷତ୍ୱ ହେଲା କି ବିନା ଅପରେସନରେ ଏହା ଶରୀରରେ କାମ କରିବ । ଦୁର୍ଘଟଣା ବା ଅନ୍ୟ କୋଉ କାରଣରୁ ପୀଡିତ ହାତ ହରାଇଥିଲେ ଏହା ସାହାଯ୍ୟରେ ଆସିବ । ବିଶେଷଜ୍ଞ ଙ୍କ ଅନୁସାରେ ଶରୀରରେ ବିଦ୍ୟୁତ୍ ସଞ୍ଚାଳନର ମାତ୍ରା ୦.୭ମିଲି ଆମ୍ପିୟରରେ ହାତ ଚଳପ୍ରଚଳନରେ ସାହାଯ୍ୟ କରିଥାଏ । ଏହି ରୋବୋଟିକ୍ ହାତ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ (ଇ ଏମ ଜି ) କୌଶଳରେ କାମ କରିବ ।














