ନୁଆଦିଲ୍ଲୀ : ଦିଲ୍ଲୀର ହାପିନେସ କ୍ଲାସ ପରିଦର୍ଶନରେ ଆମେରିକାର ପ୍ରଥମ ମହିଳା । ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି ଭାରତ ଗସ୍ତ ଦ୍ୱିତୀୟ ଦିନରେ ନାନକପୁରାରେ ଥିବା ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲରେ ପହଞ୍ଚିିଛନ୍ତି । ଏଠାରେ ମେଲାନିଆଙ୍କୁ ଫୁଲ, ଚନ୍ଦନ, ଆଳତୀ, ତିଳକ ଲଗାଇ ସ୍ୱାଗତ କରାଯାଇଥିଲା । ସ୍କୁଲରେ ପ୍ରାୟ ୧ ଘଣ୍ଟା ସମୟ ବିତାଇଥିଲେ ମେଲାନିଆ । ମେଲାନିଆଙ୍କ ମଥାରେ କୁନି କୁନି ପିଲାମାନେ ସିନ୍ଦୁରର ତିଳକ ଲଗାଇଥିଲେ । ଆମେରିକାର ପ୍ରଥମ ମହିଳାଙ୍କ ସ୍ୱାଗତଙ୍କୁ ନଜରରେ ରଖି ସ୍କୁଲକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକୁଟିଆ ପହଞ୍ଚିଥିଲେ ମେଲାନିଆ । ଏହି ସମୟରେ ହାପିନେସ କ୍ଲାସ ହୋଇଥିଲା । ମେଲାନିଆ କୁନି କୁନି ପିଲାମାନଙ୍କର ନୃତ୍ୟକୁ ଉପଭୋଗ କରିଥିଲେ । ସ୍କୁଲ ପିଲାଙ୍କ ଯୋଗ ଶୈଳୀ ଦେଖି ଚକିତ ହୋଇଯାଇଥିଲେ ଆମେରିକାର ପ୍ରଥମ ମହିଳା । ମେଲାନିଆ ଏହି ଅବସରରେ ସ୍କୁଲ ପିଲା ଓ ଶିକ୍ଷକଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଦିଲ୍ଲୀର ସରକାରୀ ସ୍କୁଲରେ କେଜରିୱାଲ ହାପିନେସ କ୍ଲାସ ପାଠ୍ୟକ୍ରମ ଲାଗୁ କରିଛନ୍ତି । ଯେଉଁଥିରେ ପିଲାମାନେ ପ୍ରଥମ ପିରିୟଡର ୪୦ ମିନିଟ ଯୋଗ ଓ ଧ୍ୟାନ କରିଥାନ୍ତି । ଶିକ୍ଷକମାନେ ପ୍ରେରଣାଦାୟୀ କାହାଣୀ ଶୁଣାଇଥାନ୍ତି । ଏହି ଅବସରରେ ମେଲାନିଆ ଟ୍ରମ୍ପ ଭାରତ ଆସି ବହୁତ ଖୁସି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here