ମଙ୍ଗଳବାର ହିମାଚଳ ପ୍ରଦେଶର ବରଫ ପାହଡରେ ଫଶି ରହିଥିବା 2 ଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିଛନ୍ତି ଇଣ୍ଡିଆନ ଏୟାରଫୋର୍ସ । ଉଦ୍ଧାରକାରୀ ଦଳ ଭିତରେ ଥିଲେ ଓଡିଆ ଯବାନ ସନ୍ଦିପ ପ୍ରଧାନ । ସକାଳେ ଏହି ଦମ୍ପତିଙ୍କୁ ଏୟାରଲିଫ୍ଟ ମାଧ୍ୟମରେ ଉଦ୍ଧାର କରାଯାଇଥିଲା । ସୂଚନା ଅନୁସାରେ ମାଇକେଲ ଏବଂ ତାଙ୍କ ସ୍ତ୍ରୀ ଆନେଟେ ଟ୍ରେକିଂ କରୁଥିବା ସମୟରେ ବରଫ ଝଡ଼ରେ ଫସିଯାଇଥିଲେ । ପ୍ରାୟ ଦୁଇଦିନ ଧରି ସ୍ନୋ ଫଲ ଜାରି ରହିଥିବା ବେଳେ ଜର୍ମାନ ଦମ୍ପତି ସେହି ସ୍ଥାନରେ ରହିଯାଇଥିଲେ । ଦୁଇଟି ହେଲିକପ୍ଟରରେ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଟିମର ନେତୃତ୍ୱ ନେଉଥିଲେ ଓଡିଆ ଯୁବକ ୱିଙ୍ଗ କମାଣ୍ଡର ସନ୍ଦିପ ପ୍ରଧାନ । ଖୋଜିବା ସମୟରେ ମାଇକେଲ ଟେଣ୍ଟ ବାହାରକୁ ଆସିଥିଲେ । ଆଉ ତାପରେ ଏୟାର ଲିଫ୍ଟିଂ ମାଧ୍ୟମରେ ଆରମ୍ଭ ହୋଇଥିଲା ଉଦ୍ଧାର ପ୍ରକ୍ରିୟା । ଶେଷରେ ସେମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here