ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାକର୍ମୀ. ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆଶାକର୍ମୀମାନେ ଆନ୍ଦୋଳନ କରିଛନ୍ତି. 11 ଦଫା ଦାବି ନେଇ ସେମାନେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ. ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ଆଶାକର୍ମୀ. ସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି. ମାତ୍ର ଭାରତ ସରକାର ଆଶାକର୍ମୀଙ୍କୁ ସୁବିଧା ସୁଯୋଗ ନଦେଇ କୌଣସି ବେତନ ଦେଉନଥିବା ସେମାନେ କହିଛନ୍ତି. ଆଶାକର୍ମୀଙ୍କୁ ମାସିକ 18 ହଜାର ବେତନ ଦେବା, ଏ.ପି.ଏଫ୍ ଓ ଇ.ଏସ୍.ଆଇ ଭଳି ସୁବିଧା ମଧ୍ୟ ଦେବା ପାଇଁ ସେମାନେ ଦାବି କରିଛନ୍ତି. ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ରାଜ୍ୟ ସଭାନେତ୍ରୀ କମଳା ବେହେରା ଓ ସାଧାରଣ ସମ୍ପାଦିକା ପ୍ରତିମା ସାମଲଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here