ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ । ଆଉ ଆବଶ୍ୟକ ହେବ ନାହିଁ କୋଭିଡ ରିପୋର୍ଟ । ୨ ବର୍ଷ ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପରେ କଟକଣା କୋହଳ କରାଯାଇଛି । ନୂଆ ଗାଇଡଲାଇନ୍ ଅନୁସାରେ, ଦର୍ଶନ କରୁଛନ୍ତି ଭକ୍ତ । ମନ୍ଦିରରେ ପ୍ରବେଶବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଆଉ ଦର୍ଶନ ପାଇଁ କୋଭିଡ ନେଗେଟିଭ୍ କିମ୍ବା ଟିକା ପ୍ରମାଣପତ୍ରର ଆବ୍ୟଶକତା ନାହିଁ । ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ରବିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୋଭିଡ କଟକଣା ବଢିବାବେଳେ ୨୦୨୦ ମାର୍ଚ୍ଚ ୨୨ରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । କଟକଣାରେ ଜଗାକୁ ଦର୍ଶନ କରୁଥିଲେ ଭକ୍ତ ।

LEAVE A REPLY

Please enter your comment!
Please enter your name here