ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିିବାରେ ଲାଗିଛି । ବୁଧବାର ପୂବାହ୍ନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୭୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୫୧୨ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଜି ଭୋର ସମୟରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟା ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଫଳରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧ରେ ପହଞ୍ଚିଛି । କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏଠାରେ ୧୦୯ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ସେହିପରି ମହାରଷ୍ଟ୍ରରେ ୨ୟ ସର୍ବାଧିକ ୧୦୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାଛଡା କଣ୍ଣାଟକରେ ୪୧,ତେଲେଙ୍ଗାନା ୩୯, ଗୁଜୁରାଟ ୩୮, ଉତ୍ତରପ୍ରଦେଶ ୩୭, ରାଜସ୍ଥାନ ୩୨, ଦିଲ୍ଲୀ ୩୦, ପଞ୍ଜାବରେ ୨୯ ଆକ୍ରାନ୍ତ ରହିଛନ୍ତି । ସେହିପରି ଜାମ୍ମୁ-କାଶ୍ମୀରରେ ୭, ଲଦାଖରେ ୧୩, ତାମିଲନାଡୁ ୧୮,ହରିୟାଣା ୨୧, ଆନ୍ଧ୍ରପ୍ରଦେଶରେ ୯ ଏବଂ ମଧ୍ୟପ୍ରଦେଶ ୧୨ ରୋଗୀ ଚିହ୍ନଟ ହୋଇଛନ୍ତି । ଓଡିଶାରେ ୨ ରୋଗୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here