ଆଉ ନାହାଁନ୍ତି ନେତାଜୀ । ମୁଲାୟମ ସିଂ ଯାଦବଙ୍କୁ ସ୍ନେହରେ ତାଙ୍କ ସମର୍ଥକମାନେ କେତେ ପ୍ରକାର ନାମରେ ଡାକୁଥିଲେ । ଏହାରି ଭିତରେ ନେତାଜୀ ନାଁରେ ସେ ବେଶ୍ ପରିଚିତ ଥିଲେ । ସୁବାଷ ଚନ୍ଦ୍ର ବୋଷଙ୍କ ପରେ ଭାରତବାସୀ ମୁଲାୟମ ସିଂ ଯାଦବଙ୍କୁ ନେତାଜୀ ଉପାଧୀ ଦେଇଥିଲେ । ଆଉ ଆଜି ମୁଲାୟମ ସିଂଙ୍କ ପୁଅ ତଥା ସମାଜବାଦୀ ପାର୍ଟିର ଅଧକ୍ଷ୍ୟ ଅଖିଳେଶ ଯାଦବ ନିଜ ବାପାଙ୍କୁ ନେତାଜୀ ଡାକି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଅଖିଳେଶ ଯାଦବ ନିଜ ଟୁଇଟରରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ମୋର ଆଦରଣୀୟ ପୀତାଜି ଏବଂ ସମସ୍ତଙ୍କର ପ୍ରିୟ ନେତାଜୀ ଆଉ ନାହାଁନ୍ତି’ । ମେଦାନ୍ତ ହସ୍ପିଟାଲରେ ମୁଲାୟମ ସିଂଙ୍କ ମରଶରୀର ସାମ୍ନାରେ ହାତ ଯୋଡି ଛିଡା ହୋଇଛନ୍ତି ଅଖିଳେଶ ଯାଦବ । ସାଥିରେ ରହିଛନ୍ତି ସପା ନେତା ଧର୍ମେନ୍ଦ୍ର ଯାଦବ । ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନେତାଜୀଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାର ଅପରାହ୍ନ ୩ଟାରେ ସଫେଇରେ କରାଯିବ ।

LEAVE A REPLY

Please enter your comment!
Please enter your name here