ଦିନକୁ ଦିନ ଲୋକ ସଂଖ୍ୟା ବୃଦ୍ଧି ସହ ବୃଦ୍ଧି ହେଉଛି ଯାନବାହନ ସଂଖ୍ୟା. ସେହି ଅନୁସାରେ ଟ୍ରାଫିକ ସମସ୍ୟା ବି ବୃଦ୍ଧି ପାଉଛି. ଏସବୁକୁ ନଜରରେ ରଖି ବେଙ୍ଗାଲୁର ପୋଲିସ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ. ଟ୍ରାଫିକ୍ ନିୟମର ଉଲ୍ଲଂଘନ କରୁଥିବା ଲୋକମାନଙ୍କୁ ସଚେତନ କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଗଣେଷ.

ପ୍ରଭୁ ଗଜାନନଙ୍କ ବେଶ ଧାରଣ କରି ଲୋକମାନଙ୍କୁ ହେଲମେଟ ପିନ୍ଧାଇ ସଚେତନ କରାଉଛନ୍ତି ଟ୍ରାଫିକ୍ ପୋଲିସ. ପୂର୍ବରୁ ଯମରାଜ ଓ ଶାହାରୁଖ ଖାନଙ୍କ ବେଶକୁ ବ୍ୟବହାର କରି ଟ୍ରାଫିକ ପୋଲିସ ସଚେତନତାର ବର୍ତ୍ତା ଦେଉଥିବାରର ଦେଖିବାକୁ ମିଳିଥିଲା.ଆଉ ଏବେ ଗଣେଷଙ୍କ ରୂପ. ହେଲମେଟ ନ ପିନ୍ଧିବା ଦ୍ୱାରା ମଣିଷ କିଭଳି ମୃତ୍ୟୁ ମୁଖରେ ପଡ଼େ ସେନେଇ ସଚେତନ କରିଛନ୍ତି ଗଣେଷ ବେଶଧାରୀ ପୋଲିସ.

LEAVE A REPLY

Please enter your comment!
Please enter your name here