ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ନମାଜ ପାଠ ପାଇଁ ମସଜିଦର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି । ଏହି ମାମଲାର ବିଚାର ବଡ ଖଣ୍ଡପୀଠରେ ହେବାର ଜରୁରୀ ନାହିଁ । ମସଜିଦରେ ନମାଜ ପାଠ ପ୍ରସଙ୍ଗ ସାମ୍ବିଧାନିକ ବେଞ୍ଚକୁ ଦିଆଯିବାର ଆବଶ୍ୟକତା ନାହିଁ ବୋଲି ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ୩ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୧୯୯୪ ମସିହା ରାୟର ପୁର୍ନବିଚାରର ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।ଏହାଦ୍ୱାରା ଅଯୋଧ୍ୟା ଟାଇଟଲ ସୁଟ୍ ମାମଲାର ଶୁଣାଣି ଅକ୍ଟୋବର ୨୯ରୁ ହେବ ବୋଲି ଅଦାଲତ କହିଛନ୍ତି । ସୁଯନାଯୋଗ୍ୟ ୨୪ ବର୍ଷ ତଳେ ୧୯୯୪ରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୂଚିତ କରିଥିଲେ ଯେ , ନମାଜ ପାଠ ପାଇଁ ମସଜିଦ୍ ଜରୁରୀ ନୁହେଁ ।

LEAVE A REPLY

Please enter your comment!
Please enter your name here