ଆଲକୋହଲ ଯୁକ୍ତ ହୋମିଓପାଥୀ ଔଷଧ ଖାଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣଙ୍କ ଅବସ୍ଥା ଗୁରୁତ୍ତର ଅଛି । ଛତିଶଗଡ ବିଳାସପୁର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ଶିରାଗିଟିି ଥାନା କୋରମି ଗାଁରେ ଗୋଟିଏ ପରିବାରର କିଛି ସଦସ୍ୟ ମଙ୍ଗଳବାର ରାତିରେ ଆଲକହଲ ଯୁକ୍ତ ସିରଫ ପିଇଥିଲେ ।ଏହାପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ଏବଂ ସେମାନଙ୍କର ମୃତ୍ୟୁ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଅନ୍ୟମାନଙ୍କୁ ବିଳାସପୁର ସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଅନ୍ୟ ୪ ଜଣଙ୍କର ଚିକିତ୍ସା ଚାଲିଛି । ଗାଁ ନିକଟରେ ଗୋଟିଏ ହୋମିଓପାଥୀ କ୍ଲିନିକରୁ ସେମାନେ ଔଷଧ ଆଣି ପିଇଥିବା ତଦନ୍ତରୁ ଜଣାପଡିଛି । ଘଟଣା ପରେ ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here