ଶେଷରେ ଧର୍ମର ହେଲା ଜୟ । ଦୀର୍ଘ ୭ବର୍ଷର ଲଢେଇ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଆଉ ନିର୍ଭୟାଙ୍କୁ ନ୍ୟାୟ ଦେବା ପଛରେ ଯାହାର ହାତ ରହିଛି ସେ ହେଉଛନ୍ତି ସୀମା କୁଶୱାହା । ସୀମା କୁଶୱାହା ହେଉଛନ୍ତି ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ କେସ ଲଢିିଥିବା ଓକିଲ । ୪ନର ରାକ୍ଷସକୁ ଫାଶୀ ଖୁଣ୍ଟରେ ପହଞ୍ଚାଇଛନ୍ତି ସୀମା କୁଶୱାହା । ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ବାସିନ୍ଦା ହେଉଛନ୍ତି ସୀମା କୁଶୱାହା । ଡିସେମ୍ବର ୧୬, ୨୦୧୨ରେ ଯେତେବେଳେ ନିର୍ଭୟା ଘଟଣା ଘଟିଥିଲା ସେତେବେଳେ ଦିଲ୍ଲୀ ହାଇକୋର୍ଟରେ ଟ୍ରେନିଂ ନେଉଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓକିଲାତି ପାଠ ପଢିଛନ୍ତି । ଏହି ଘଟଣା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ସେତେବେଳେ ସେ ଏହି ନରପିଶାଚକୁ କଠୋର ଦଣ୍ଡ ଦେବା ପାଇଁ ପ୍ରଣ କରିଥିଲେ । ଏଥିପାଇଁ ସେ ତାଙ୍କ କେସ ବିନା ଶୁକ୍ଲରେ ଲଢିବାକୁ ନିଷ୍ପତି ନେଇଥିଲେ । ଦୁଷ୍କର୍ମ ଘଟଣାରେ ଇଣ୍ଡିଆଗେଟ, ରାଷ୍ଟ୍ରପତି ଭବନ ଆଗରେ ବିକ୍ଷୋଭରେ ମଧ୍ୟ ସେ ସାମିଲ ହୋଇଥିଲେ । ସୀମା ଏକ ସାକ୍ଷାତକାରରେ କହିଥିଲେ ସେ ସିବିଲ ପରୀକ୍ଷା ଦେଇ ଆଇଏସ ହୋଇଥାନ୍ତେ କିନ୍ତୁ ଆଜି ଓକିଲ ହୋଇଛନ୍ତି । ଯଦି ସୀମା ଫାଷ୍ଟଟ୍ରାକ କୋର୍ଟରେ ଏହି ମାମଲା ତାଲିକାଭୁକ୍ତ କରି ନ ଥାନ୍ତେ ତେବେ ନ୍ୟାୟିକ ପ୍ରକ୍ରିୟାରେ ଆହୁରି ବିଳମ୍ବ ହୋଇଥାନ୍ତା । ୪ନରରାକ୍ଷସଙ୍କୁ ଫାଶୀ ମିଳିବା ପରେ ସୀମା ଖୁସି ବ୍ୟକ୍ତ କରିବା ସହିତ ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଛି ବୋଲି କହିଛନ୍ତି । ନିର୍ଭୟାଙ୍କ ମା ସୀମାଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କ ବିନା ଏହା ସମ୍ଭବ ନ ଥିଲା ବୋଲି କହିଛନ୍ତି । ୪ ଦୋଷୀଙ୍କୁ ଫାଶୀ ପରେ ସୀମା କୁଶୱାହାଙ୍କୁ ଶୁଭେଚ୍ଛା ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here