ମୁୁମ୍ବାଇ : ପ୍ରସିଦ୍ଧ ବଲିଉଡ ଗାୟିକା କନିକା କପୁର କରୋନା ଆକ୍ରାନ୍ତ । କନିକାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି । ସେ ଏବେ କିଙ୍ଗ ଜଜସ ମେଡିକାଲ ୟୁନିଭରସିଟ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ଗତ ରବିବାର ଦିନ କନିକା କପୁର ଲଣ୍ଡନରୁ ଫେରିଥିଲେ । ଏୟାରପୋର୍ଟରେ ଯାଞ୍ଚ ନ କରି ପଳାଇ ଆସିଥିଲେ କନିକା । ଏ ବାବଦରେ ସେ ପ୍ରଶାସନକୁ ଅବଗତ ମଧ୍ୟ କରାଇ ନ ଥିଲେ । ସେ ଲଣ୍ଡନରୁ ଫେରିବା ସମୟରେ ଫ୍ଲୁ ରେ ଆକ୍ରାନ୍ତ ଥିଲେ । ଲଣ୍ଡନରୁ ଫେରି ସେ ଏକ ପଞ୍ଚ ତାରକା ହୋଟେଲରେ ରହିବା ସହ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ରିପୋର୍ଟ ଅନୁଯାୟୀ ପାର୍ଟିରେ ବହୁ ପ୍ରଶାସନିକ ଅଧିକାରୀ, ରାଜନେତା ଓ ସମାଜସେବୀ ଯୋଗ ଦେଇଥିଲେ । କନିକା କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ଭୟଭୀତ ହୋଇଯାଇଛନ୍ତି । କନିକାଙ୍କ ବାପାଙ୍କ କହିବାଅନୁସାରେ ଲଣ୍ଡନରୁ ଫେରି କନିକା ୩ଟି ପାର୍ଟିରେ ଯୋଗ ଦେଇଛନ୍ତି । ସେ ପ୍ରାୟ ୩୫୦-୪୦୦ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । କରୋନା ସଂକ୍ରମିତ ସନ୍ଦେହରେ ଏବେ ସେ କ୍ୱାରେଣ୍ଟାଇନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here