ଭୁୁବନେଶ୍ୱର : କରୋନା ମୁକାବିଲା ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । କରୋନା ସତର୍କତା ସ୍ୱରୁପ ସର୍ବସାଧାରଣ ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏ ନେଇ ରାଜ୍ୟସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ, ରେଷ୍ଟୁରାଣ୍ଟ, ବାର, କ୍ୟାଣ୍ଟିନ ବନ୍ଦ ରହିବ । ସମସ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ । ସବୁ ଜିଲ୍ଲାର ଜିଲ୍ଲାପାଳ, ପୁଲିସ, ଏସପି, ମୁନିସପାଲ କମିସନରଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କରୋନା ଛଡା ଅନ୍ୟ କୌଣସି ମିଟିଂ ହେବ ନାହିଁ । ସଭାସମିତି, ଜୟନ୍ତୀ ପାଳନ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ସବୁ ବନ୍ଦ ରହିବ । ଟ୍ୟାକ୍ସି ଓ ଅଟୋ ଦିନେ ଛାଡି ପରିବର୍ତ୍ତିତ ଭାବେ ଚାଲିବ ବୋଲି କୁହାଯାଇଛି । ସେହିପରି ସମସ୍ତ ହୋଟେଲକୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି । ତେଣୁ ଆସନ୍ତା ରବିବାର ଦିନ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ବୋଲି ବାଗଚୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here