ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ରେ ପୁଲିସ ଚଢାଉ କରି ୨ଦାଦନ ଦଲାଲଙ୍କୁ ଗିରଫ କରିବା ସହିତ ୭ଦାଦନ ଶ୍ରମିକକୁ ଉଦ୍ଧାର କରିଛି । କେଗାଁ ଥାନା ଅଞ୍ଚଳ ଚହକା ନିକଟରେ ୨ ଦଲାଲକୁ ଗିରଫ କରିଥିବା ସୂଚନା । ପୁଲିସ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ସବୁ ଗୋଲାମୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡିଛି । ଦୁଇ ଜଣ ଦାଦନ ଦଲାଲଙ୍କ ମଧ୍ୟରୁ ଜଣେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ମାଲପଡାର ଲମ୍ବୋଦର ତିୱାରି ଓ ଅନ୍ୟ ଜଣେ କେଗାଁ ଥାନା ବାଘମୁଣ୍ଡା ଗ୍ରାମର ଦେବସିଙ୍ଗ ପଣ୍ଡା ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here