ଆସନ୍ତା କାଲି ୟେସ ବ୍ୟାଙ୍କରୁ ଫେରିବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା । ଆଜି ସଂନ୍ଧ୍ୟା ୬ଟା ସୁଦ୍ଧା ୟେସ ବ୍ୟାଙ୍କ ଟଙ୍କା ଉଠାଣ ଉପରେ ଲାଗିଥିବା କଟକଣା ହଟାଯିବା ସହ ବ୍ୟାଙ୍କ ସମ୍ପୂଣ୍ଣ କାର୍ଯ୍ୟକ୍ଷମ ହେବ । ଫଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମା ଥିବା ଟଙ୍କା ଫେରିବ । ୟେସ ବ୍ୟାଙ୍କରୁ ୟୁକୋ ବ୍ୟାଙ୍କକୁ ଟଙ୍କା ଫେରିବ । ଇ-ଟ୍ରାନ୍ସପର ମାଧ୍ୟମରେ ଟଙ୍କା ଫେରିବ ବୋଲି ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୮୯ କୋଟି ଟଙ୍କା ଫେରିବ । ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫କୋଟି ଟଙ୍କା ଜମା ହୋଇଥିଲା । କାଲି ମାଚ୍ୟୁରିଟି ପୁରୁଥିବାରୁ ଟଙ୍କା ଉଠାଯିବ । ୟେସ ବ୍ୟାଙ୍କରୁ ଟଙ୍କା ଉଠାଯାଇ ଜାତୀୟ ବ୍ୟାଙ୍କରେ ରଖାଯିବ ।

LEAVE A REPLY

Please enter your comment!
Please enter your name here