ମଙ୍ଗଳବାର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଅଝାରର ଭାଇ ଅବଦୁଲ ରାଉଫ୍‌ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଅଟକ ରଖିଛି । ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ ଥିବା ଏହି ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କୁହାଯାଉଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ମୁଫତି ଅବଦୁଲ ରାଉଫ ଅସଗର ଓ ଜେଏମ୍‌ ପ୍ରମୁଖ ମସୁଦ ଆଝାରର ଭାଇ ସାମିଲ ଅଛି। ରାଉଫ୍‌ ଅସଗରକୁ ବିଚାର ବିଭାଗ ହେପାଜତରେ ରଖାଯାଇଛି। ଏହି ଖବରର ଘୋଷଣା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପର ମନ୍ତ୍ରୀ ସହରୟାର ଅଫ୍ରିଦି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ନେଇ ତୁରନ୍ତ ଏଦିଗରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହାପରେ ଏହି ପଦକ୍ଷେପ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଦିଆଯାଇଥିବା ଚାପ ହେତୁ ନେଇଥିବା କୁହାଯାଉଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ବିରୋଧରେ ଯଦି କୌଣସି ପ୍ରମାଣ ନ ମିଳେ ତେବେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ଆଭ୍ୟନ୍ତରୀଣ ବ୍ୟାପର ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜନୈକ ପାକିସ୍ତାନୀ ଅଧିକାରୀ ଦାବି କରି କହିଛନ୍ତି କି, ଏହା ଭାରତ ଚାପରେ କରାଯାଇ ନାହିଁ। ଏହା ଦେଶର ନ୍ୟାସନାଲ୍ ଆକସନ୍‌ ପ୍ଲାନ୍‌ କମିଟି ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟ ଆଧାରରେ କରାଯାଇଛି।

LEAVE A REPLY

Please enter your comment!
Please enter your name here