ବାରମ୍ବାର ରୂପ ବଦଳାଉଛି କରୋନା ଭୂତାଣୁ । ସୁସ୍ଥ ହେବା ପରେ ପୁଣି ଥରେ କରୋନା ପଜିଟିଭ୍ ହେଲେ ଯୁବକ । ବିଭିନ୍ନ ରୋଗୀଙ୍କ ଶରୀରରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଉଥିବା ଏହି ଭୂତାଣୁର ଆଉ ଏକ ସାଘାଂତିକ ରୂପ ସାମ୍ନାକୁ ଆସିଛି । ହଂକଂର ଏକ ବ୍ୟକ୍ତି କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ମଧ୍ୟ ପୁଣି ଥରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ହଂକଂର ଗବେଷକ ଦଳ ନିଶ୍ଚିନ୍ତ କରିଛନ୍ତି । ଏହା ବିଶ୍ୱର ପ୍ରଥମ ପୁନ ସଙ୍କ୍ରମଣ ମାମଲା ହିସାବରେ ମଧ୍ୟ ଗ୍ରହଣ କରିଛନ୍ତି । ହଂକଂ ବିଶ୍ୱ ବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ କହିବାନୁଯାୟି, କୋଭିଡ ବିରୁଦ୍ଧରେ ଶରୀରରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ସାରା ଜୀବନ ପାଇଁ ରହି ନପାରେ । ଏ ରୋଗରୁ ସୁସ୍ଥ ହେବା ପରେ ମଧ୍ୟ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ହାତ ଧୋଇବା ଭଳି ସାଧାରଣ ନିୟମକୁ ମାନିବା ଉଚିତ୍ । ଯଦି ପୁଣି ଥରେ ଲକ୍ଷଣ ଦେଖାଦିଏ ତେବେ କରୋନା ପରୀକ୍ଷା କରିନେବା ଉଚିତ୍ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେତେବେଳେ, ହଂକଂ ବିମାନ ବନ୍ଦରରେ ଜଣେ ୩୩ ବର୍ଷୀୟ ବ୍ୟକ୍ତି ୟୁରୋପରୁ ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ଏକ ଆଶ୍ଚର୍ଯ୍ୟକର ପ୍ରସଙ୍ଗ ଥିଲା । କାରଣ ସାଢେ ୪ ମାସ ପୂର୍ବରୁ ବ୍ୟକ୍ତି ଜଣକ କରୋନାରୁ ସୁସ୍ଥ ହୋଇଥିଲେ । ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥିବା କୁହାଯାଇଥିଲା । କିନ୍ତୁ ପୁଣି ଥରେ ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ଭୂତାଣୁ ଏବଂ ପୂର୍ବ ଭୂତାଣୁ ସମ୍ପୂର୍ଣ୍ଣ ଭିନ୍ନ ଥିବା କୁହାଯାଉଛି । ଅନୁସନ୍ଧାନକାରୀମାନେ ଏକ ଇମେଲ ବିବୃତ୍ତିରେ କହିଛନ୍ତି ଯେ ଏହା ହେଉଛି ବିଶ୍ବର ପ୍ରଥମ ରୋଗୀ ଯିଏ କୋଭିଡ୍ -୧୯ ରୁ ସୁସ୍ଥ ହୋଇଥିଲେ, କିନ୍ତୁ ପରେ ପୁଣିଥରେ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସେ ସେଥିରେ କହିଛନ୍ତି ଯେ ପ୍ରାକୃତିକ ସଂକ୍ରମଣ ରୋଗରୁ ସୁରକ୍ଷା ଯୋଗାଇପାରେ, କିନ୍ତୁ ପୁନର୍ବାର ନୁହେଁ ।

LEAVE A REPLY

Please enter your comment!
Please enter your name here