ମିଠୁ ମାମଲାରେ ବାପାଙ୍କ ପ୍ରତି ଆସିଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଝିଅ ନନ୍ଦିତା ଦାସ । । ଫେସବୁକ ପୋଷ୍ଟରେ ନନ୍ଦିତା କହିଛନ୍ତି ଯେ,ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଯୌନ ଶୋଷଣ ପ୍ରତିବାଦରେ ସମସ୍ତେ ଆଗକୁ ଆସିବା ଆବଶ୍ୟକ । ବାପାଙ୍କ ବିରୁଦ୍ଧରେ ଆରୋପ ଲାଗିଲା ପରେ ମଧ୍ୟ ନିଜ ସହ ହୋଇଥିବା ଯୌନ ଶୋଷଣ ବିରୁଦ୍ଧରେ ଆଣୁଥିବା ମହିଳାଙ୍କୁ ସେ ସପୋର୍ଟ କରିବେ । ‘ମହିଳାଙ୍କ କାନ୍ଧରେ କାନ୍ଧ ମିଶାଇ ମୁଁ ଛିଡ଼ା ହେବି’ ।
ସୁଚନାଅନୁସାରେ ଗତକାଲି ଜଣାଶୁଣା ଚିତ୍ରଶିଳ୍ପୀ ପଦ୍ମ ବିଭୂଷଣ ଯତୀନ ଦାସଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପରିବେଶବିତ ନିଶା ଭୋରା । ୧୪ ବର୍ଷ ତଳେ ଏକ ପ୍ରୋଜେକ୍ଟରେ ଯତୀନ୍ଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିଥିବା ନିଶା ତାଙ୍କ ସହ ଘଟିଥିବା ପୂରା କାହାଣୀ ଟ୍ୱିଟ କରିଛନ୍ତି । କେମିତି ଯତୀନ ଦାଶ ତାଙ୍କୁ ଜୋର ଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ, ତାର ଖୁଲାସା କରିଛନ୍ତି ନିଶା । କିନ୍ତୁ ଏହି ଅଭିଯୋଗକୁ ନିଜେ ଯତୀନ ଦାସ୍ ଖଣ୍ଡନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here