କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଦେଖାଦେଇଛି । ଯାହା ବିରୁଧରେ ସାରା ଦେଶ ଏକଜୁଟ ହୋଇ ଲଢେଇ କରୁଛି । ଏହି ସମୟରେ ବଲିଉଡ ମଧ୍ୟ ଏଥିରୁ ବାଦ ପଡିନାହିଁ । ସବୁ ବଲିଉଡ ସେଲିବେଟ୍ରି ନିଜକୁ ଆଇସୋଲେସନରେ ରଖିଛନ୍ତି । ଆଇସୋଲେସନରେ ରହିକି ନିଜ ପରିବାରକୁ କିଛି ସମୟ ଦେଉଛନ୍ତି । କିନ୍ତୁ ରଣବୀର ସିଂଙ୍କର ଅବସ୍ଥା ଆଜି କାଲି କିଛି ଠିକ୍ ନାହିଁ । ତାଙ୍କ ଅବସ୍ଥା ଦେଖି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । କ୍ୱାରେଣ୍ଟାଇନରୁ ଫେରିବା ପରେ ତାଙ୍କର ଏପରି ଅବସ୍ଥା ହୋଇଛି । ତାଙ୍କର ଏହିଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍ସ ବି ଚିହ୍ନିପାରିବେନି । ତାଙ୍କର ଏହି ଅବସ୍ଥା ବିଷୟରେ ସେ ନିଜେ ଫଟୋ ଦେଇ ପୋଷ୍ଟ କରିଛନ୍ତି । କିନ୍ତୁ ବ୍ୟସ୍ତ ହେବାର କିଛି କଥା ନାହିଁ କାରଣ କଥା କଣ କି ରଣବୀର ସିଂଙ୍କର ମସ୍ତ ଅନ୍ଦାଜ ତ ସମସ୍ତେ ଜାଣିଛନ୍ତି । ସେ ସବୁବେଳେ ମସ୍ତି ମୁଡରେ ଥାନ୍ତି । ରଣବୀର ନିକଟରେ ନିଜର ଏକ କୌତୁହଳ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଖୁବ ଭୟଙ୍କର ଦେଖାଯାଉଛନ୍ତି । ଏହି ଫଟୋରେ ସେ ଲମ୍ବା କେଶ, ଲମ୍ବା ଦାଢି ଓ ଭୟଙ୍କର କଳା ଆଖିରେ ନଜର ଆସିଛନ୍ତି । ଏବଂ ଏକ କ୍ୟାପସନରେ ଲେଖିଛନ୍ତି “ଇଏ ହେଉଛି ମୁଁ କ୍ୱାରେଣ୍ଟାଇନରୁ ଫେରିବା ପରେ” । ରଣବୀରଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁୁବ ଭାଇରାଲ ହେବାରେ ଲାଗିଛି । ତାଙ୍କ ଫ୍ୟାନ୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here