ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଥିବା ୧୭,୪୪୦ କୋଟିର ଅତିରିକ୍ତ ବଜେଟରେ ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି, ମମତା ଯୋଜନା ପାଇଁ ୧୪୨ କୋଟି, ମିଶନ ଶକ୍ତି ୪୦୫ କୋଟି, ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୪୦ କୋଟି, ପାଇପ ଜଳ ଯୋଗାଣ ୧୧୬ କୋଟି, ବିକଶିତ ଗାଁ ବିକଶିତ ଓଡିଶା ୫୭ କୋଟି, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ୪୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଗ୍ରାହକ କଲ୍ୟାଣ ବିଭାଗ ପାଇଁ ସର୍ବାଧିକ ୪,୩୨୯ କୋଟି, ଶିକ୍ଷା କ୍ଷେତ୍ର ପାଇଁ ୨,୩୨୭ କୋଟି, ଭିତ୍ତିଭୂମି ବିକାଶ ପାଇଁ ୧,୯୫୫ କୋଟି, କୃଷି ଓ ଅନୁସାଙ୍ଗିକ କ୍ଷେତ୍ର ପାଇଁ ୧,୬୭୩ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧,୫୮୮ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧,୧୬୪ କୋଟି, ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି, ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି, ଶିଳ୍ପ ବିକାଶ ପାଇଁ ୩୩୭ କୋଟି, ଓଡିଆ ଭାଷା ସାହିତ୍ୟ ପାଇଁ ୩୬୩ କୋଟି, ଅଭ୍ୟନ୍ତରୀଣ ସୁରକ୍ଷା ପାଇଁ ୩୧୬ କୋଟି ବ୍ୟୟବରାଦ ହୋଇଛି ।














