ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ବିଜେପିରେ ନିଆଁ । ନିଜର ଲୋକପ୍ରିୟତାକୁ ନେଇ ଖୁବ୍ ତୁମ୍ବିତୋଫାନ କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶକ୍ତ ଧକ୍କା । ଜଣଙ୍କ ପରେ ଜଣେ ନେତା ଏବେ ବିଜେପି ଛାଡିବା ଆରମ୍ଭ କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରୁ ପ୍ରଥମେ ସ୍ବାମୀ ପ୍ରସାଦ ମୌର୍ୟ୍ୟ ଇସ୍ତଫା ଦେବା ପରେ ଏବେ ଆଉ ଜଣେ ପଛୁଆବର୍ଗର ମନ୍ତ୍ରୀ ଦାରା ସିଂ ଚୌହ୍ବାନ ଇସ୍ତଫା ଦେଇଛନ୍ତି । ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ଦୁଇଜଣ ମନ୍ତ୍ରୀଙ୍କ ସମେତ ଚାରିଜଣ ବିଧାୟକ ବିଜେପି ଛାଡିଛନ୍ତି । ଦାରା ସିଂ ଚୌହ୍ବାନ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି, ବିଜେପି ସରକାରଙ୍କ ପଛୁଆବର୍ଗ ବିରୋଧୀ ମନୋଭାବ, ଦଳିତ, ଦୁର୍ବଳ ଶ୍ରେଣୀ ପ୍ରତି ଆଭିମୁଖ୍ୟ ତାଙ୍କୁ ଆଘାତ ଦେଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଛାଡିଥିବା ଏହି ନେତାମାନେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗଦେବେ । ସେହିପରି ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଆହୁରି ଅନେକ ନେତା ଦଳ ଛାଡିବେ । ଆସନ୍ତାମାସରେ ୟୁପିରେ ବିଧାନସଭା ନିର୍ବାଚନ ଥିବା ବେଳେ ପ୍ରଦେଶ ବିଜେପିରେ ଦଳ ଛାଡୁଥିବା ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here