ସଂରକ୍ଷଣ ନୀତିକୁ ଅବଲମ୍ବନ କରିବାକୁ ଯାଇ ଆମେରିକା ସହ ଅନ୍ୟଦେଶ ମଧ୍ୟ ବାଣିଜ୍ୟ ଯୁଦ୍ଧର ଏକ ସ୍ଥିତି ବନିଯାଇଛି. ଯାହାଫଳରେ ବିଭିନ୍ନ ଦେଶ ଗୁଡିକ ମୁକ୍ତ ବ୍ୟାପାର ପଥରେ ଜଟିଳ ପରିସ୍ଥିତି ସୃଷ୍ଟି କରୁଛନ୍ତି. ଯେଉଁଥିପାଇଁ ଅନ୍ତରାଷ୍ଟ୍ରିୟ ବ୍ୟାପାର ବ୍ୟବସ୍ଥାକୁ ଉଦାର ବନାଇବାକୁ ଯାଇ ସ୍ଥାପିତ ହୋଇଥିବା ବିଶ୍ୱ ବ୍ୟାପାର ସଂଗଠନକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି. ଯାହାଫଳରେ ଏହାକୁ ସୁଧାରିବା ପାଇଁ ଦାବି କରାଯାଉଛି. ବିଶ୍ୱ ବ୍ୟାପାର ସଂଗଠନ ହେଉଛି ଏକ ବହୁପକ୍ଷୀୟ ସଂସ୍ଥା ଯାହା ଅନ୍ତରାଷ୍ଟ୍ରୀୟ ବ୍ୟାପାରକୁ ରେଗୁଲେଟ୍ କରେ. 1995 ମସିହାରେ ଏହାର ସ୍ଥାପନ କରାଯାଇଥିବା ବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭା ସହରରେ ଅବସ୍ଥିତ. ବର୍ତ୍ତମାନ ସୁଦ୍ଧା 164ଟି ଦେଶ ଏହାର ସଦସ୍ୟ ଅଛନ୍ତି. ତେବେ ଆରମ୍ଭରୁ ଭାରତ ଏହାର ସଦସ୍ୟ ରହିଛି. ଆଜି ବିଶ୍ୱର 98 ପ୍ରତିଶତ ବାଣିଜ୍ୟ   WTO ମାଧ୍ୟମରେ ହେଉଅଛି. ତେବେ 2017 ମସିହାରେ  ଦୁନିଆର 17.43 ଟ୍ରିଲିୟମ୍ ଅର୍ଥାତ୍ ଏକ ଲକ୍ଷ କୋଟି ମୂଲ୍ୟ ଦ୍ରବ୍ୟର ବାଣିଜ୍ୟ ହୋଇଥିଲା. ଏଥିରୁ ଅନୁମାନ କରାଯାଇପାରେ ଯେ, WTO ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ.

LEAVE A REPLY

Please enter your comment!
Please enter your name here