ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ଆଲୋଚନା ପରେ ଆଜି ଦିଲ୍ଲୀ ଫେରିଯାଇଛନ୍ତି ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଏନେଇ ସେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି , ସେବାୟତଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ । ଆଚାର ବ୍ୟବହାର ଏବଂ ସମାୟନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟଙ୍କ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ କହିଛନ୍ତି । ଆଜି ସେ ଦିଲ୍ଲୀ ଫେରିବା ପୂର୍ବରୁ ଏଭଳି ପ୍ରତିକ୍ରୀୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର କେବଳ ଓଡିଶାବାସୀ ନୁହେଁ ବରଂ ବିଶ୍ୱବାସୀଙ୍କ ପାଇଁ ଏକ ମୁଖ୍ୟ ଦର୍ଶନ ସ୍ଥାନ । ତେଣୁ ସମସ୍ତ ଦିଗକୁ ଦେଖି ୨୧ ଦିନ ପରେ ପୁଣି ଅନୁଧ୍ୟାନ ପାଇଁ ଆସିବେ ଆମିକସ କ୍ୟୁରୀ କହିଛନ୍ତି । ୩ ସପ୍ତାହ ପରେ ପୁଣୀ ପୁରୀ ଆସି ପ୍ରଶାସନ ସିସିଟିଭି ଯାଞ୍ଚ ଏବଂ ସେବକମାନଙ୍କୁ ଦେଇଥିବା କାମର ସ୍ଥିତି ଅନୁଧ୍ୟାନ କରିବେ ଆମିକସ କ୍ୟୁରୀ । ଏହାପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ ।