ଲାଲବାହୀନିଙ୍କ ଲାଲଆତଙ୍କ ଏବେ ବଢିବାରେ ଲାଗିଛି । ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟୀର ଦୁଇ ଜଣ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଟିଡିପି ଦଳର ଅରାକୁର ବର୍ତ୍ତମାନ ବିଧାୟକ କେ. ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସିବେରୀ ସୋମା । ତଟାଙ୍ଗୀ ନିକଟରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତାଙ୍କର ୪ଜଣ ସହଯୋଗୀ ମଧ୍ୟ ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ।
ସୁଚନାଅନୁସାରେ ସର୍ବେଶ୍ୱର ରାଓ ଓ ସିବେରୀ ସୋମା ଲିଲିପୁଟକୁ ଏକ ଜନସଭାରେ ଯୋଗ ଦେବାକୁ ଯାଇଥିଲେ । ଏହାପରେ ଡୁମୁରୀଗୁଡାରୁ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ତଟାଙ୍ଗୀ ନିକଟରେ ପ୍ରାୟ ୬୦ ଜଣ ମାଓବାଦୀ ସଂଘବଦ୍ଧ ଆକ୍ରମଣ କରିଥିଲେ । ସେଥିରେ ୪୦ ଜଣ ମହିଳା ମାଓବାଦୀ ଥିବାର ସୁଚନା ରହିଛି । ପ୍ରଥମେ ସେମାନଙ୍କ ସୁରକ୍ଷା କର୍ମୀଙ୍କୁ କାବୁ କରି ନେଇଥିଲେ । ଏହାପରେ ଦୁଇ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here