ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଞ୍ଜିନିୟରସ ଡେ’ ପାଳିତ ହୋଇଯାଇଛି. ତେବେ ଏହି ଉତ୍ସବରେ ଭାରତର କେତୋଟି ପ୍ରମୁଖ ଇଞ୍ଜିନିୟରିଂ କଲେଜକୁ ବେଷ୍ଟ ଇଞ୍ଜିନିୟରିଂ କଲେଜ ରୂପେ ମାନ୍ୟତା ଦିଆଯାଇଛି. ଏହା ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟର ଭାରତରେ ସର୍ବଶ୍ରେଷ୍ଠ ଉଚ୍ଚ ଶିକ୍ଷା ସଂସ୍ଥାର ରାକିଂ ଉପରେ ଆଧାରିତ. ପ୍ରଥମଟି ହେଲା ମାଡ୍ରାସର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ. ଯେଉଁଥିରେ ଫାକଲ୍ଟି ମେମ୍ବରଙ୍କ ସଂଖ୍ୟା 606 ରହିଛି. ଦ୍ୱିତୀୟଟି ହେଲା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ, ଏହି ଇନଷ୍ଟିଚ୍ୟୁଟ ବମ୍ବେରେ ଅବସ୍ଥିତ. ଏଥିରେ ଫାକଲ୍ଟି ମେମ୍ବରଙ୍କ ସଂଖ୍ୟା 527. ତୃତୀୟଟି ହେଲା ଦିଲ୍ଲୀର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ, ଯେଉଁଥିରେ 476 ଜଣ ଫାକଲ୍ଟି ମେମ୍ବର ଅଛନ୍ତି. ତେବେ ଏହିପରି ପର୍ଯ୍ୟାୟକ୍ରମେ ଅନ୍ୟ କଲେଜ ଗୁଡିକ ରହିଛି, ଯାହା ମଧ୍ୟରେ ରହିଛି ଖଡଗପୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-କାନପୁର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ରୋରକେ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ଗୁଆହାଟି, ଆନ୍ନା ୟୁନିଭରସିଟି-ଚେନ୍ନାଇ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ହାଇଦ୍ରାବାଦ୍, ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ୍ ଇଞ୍ଜିନିୟରିଂ- ମୁମ୍ବାଇ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ତିରୁଚିରପଲ୍ଲୀ, ଯାଦବପୁର ୟୁନିଭରସିଟି-କୋଲକାତା, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ଧାନବାଦ୍, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ଇନ୍ଦୋର, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ରାଉରକେଲା, ଭେଲୋର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ବିର୍ଲା ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ଲୋଲୋଜୀ-ପିଲାନୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ- ଭୁବନେଶ୍ୱର ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ-ଭାରଣାସୀ ଇତ୍ୟାଦି ହେଉଛି ଭାରତର ପ୍ରମୁଖ ଇଞ୍ଜିନିୟରିଂ କଲେଜ.

LEAVE A REPLY

Please enter your comment!
Please enter your name here