ମନ ଭିତରେ ବସା ବାନ୍ଧିଥିଲା ସଇତାନ । କୁତ୍ସିତ ମାନସିକତାକୁ ଚରିତାର୍ଥ କରିବା ପାଇଁ ଦୁଇ ନାବାଳକ ଉଠାଇ ନେଇଥିଲେ ନାବାଳିକାକୁ । ବଳପୂର୍ବକ ଉଠାଇ ନେବା ପରେ ଜୋରଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ ଉଭୟ ନାବାଳକ । ଦୁଇ ନାବାଳକଙ୍କ ଅତ୍ୟାଚାରରେ ଅତିଷ୍ଟ ନାବାଳିକା ପ୍ରତିବାଦ କରିଥିଲା । ଚିତ୍କାର କରିଥିଲା । ଲୋକେ ଜାଣିବା ପୂର୍ବରୁ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ଦୁହେଁ । ମୁହଁ ଓ କାନମୁଣ୍ଡାକୁ ଭଙ୍ଗା ଇଟାରେ ଛେଚିଥିଲେ । ଶେଷରେ ଛୁରୀରେ ବେକ କାଟିବାକୁ ଉଦ୍ୟମ କରିଥିଲେ । ଗତ 28 ତାରିଖରେ ଗଞ୍ଜାମ ଘୋଳନ୍ଥରା ଅଞ୍ଚଳରେ ଘଟିଥିଲା ଏମିତି ଜଘନ୍ୟ ଘଟଣା । ପୋଲିସ ଘଟଣାରେ ସଂପୃକ୍ତ ଦୁଇ ନାବାଳକ ଅଭିଯୁକ୍ତକୁ ଗିରଫ କରିବା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ବ୍ରହ୍ମପୁର ଅତିରିକ୍ତ ଏସପି କହିଛନ୍ତି । ଘଟଣାସ୍ଥଳରୁ ରକ୍ତଲଗା ଭଙ୍ଗାଇଟା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ତେବେ ନାବାଳିକା ଅବସ୍ଥା ଗୁରୁତର ଥିବା ବେଳେ କଟକ ଏସସିବି ମେଡିକାଲରେ ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here